ୱିଶ ଅନୁଷ୍ଠାନ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ, ମାସ୍କ,ରନ୍ଧା ଖାଦ୍ୟ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବର୍ତ୍ତମାନର ମହାମାରୀ ସମୟରେ "ୱିଶ"ଅନୁଷ୍ଠାନ ଅସହାୟ ମାନଙ୍କର ସେବା କରିବା ପାଈଁ ଆଗେଇ ଆସିଛି "ୱିଶ" ଅନୁଷ୍ଠାନ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ,ମାସ୍କ,ରନ୍ଧା ଖାଦ୍ୟ ଯୋଗାଇ ଦଉଛି ।

 

ପାରାଦୀପ ଠାରେ ଥିବା ବେଙ୍ଗଲି ବସ୍ତିରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଅସହାୟ ଗରିବ ଲୋକଙ୍କ ମାନଙ୍କ ପାଖରେ ପହଞ୍ଚାଇ ଦିଆଯାଉଛି । "ୱିଶ" ଅନୁଷ୍ଠାନର ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ।

 

ଏହି ସବୁର ମୁଖ୍ୟ ହେଉଛନ୍ତି ସଭାପତି ଅନୁସୃତା ସିଂଦେଓ ,ସୌଭାଗ୍ୟବତୀ ମହାପାତ୍ର । ଯେଉଁ ସମସ୍ତ ସଦସ୍ୟା ମାନଙ୍କର ଏଥିରେ ସହଯୋଗ ରହିଛି ସେମାନେ ହେଲେ ଅନୁସୃତା ସିଂଦେଓ, ସୌଭାଗ୍ୟବତୀ ମହାପାତ୍ର,ପ୍ରିୟଙ୍କା ସିଂଦେଓ,ରୋହିନୀ ସିଂଦେଓ,ପଙ୍କଜିନି ପଟ୍ଟନାୟକ,ଦୀପିକା ମହାନ୍ତି, ମୟୁରାକ୍ଷୀ ଦାସ,ଶାନ୍ତିଲତା ପାଲ, ପ୍ରମିଳା ପରିଡ଼ା, ସୁଲଗ୍ନା ଜେନା । ଏହି କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର, ସମାଜ ସେବୀ, ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇ ଓ ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ସେବାକାର୍ଯ୍ୟରେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।

 

powered by social2s