ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘର ଶୁଖିଲା ଖାଦ୍ୟ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି l କରୋନା କୁ ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ ଓ ସଟ ଡାଉନ ଜାରି ରହିଛି l ସାରା ଦେଶରେ ଯେଉଁ ମାନେ ଜୀବିକା ହରାଉଛନ୍ତି ସେମାନଙ୍କ ମୁଁହରେ ଆହାର ଦେଉଛି "ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘ " l

 

ଏହି ସଙ୍ଘ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପଂଚାୟତ ର ତୃତୀୟା ପଡା ଗ୍ରାମର ପ୍ରାୟ 50 ରୁ ଉର୍ଦ୍ଧ ମନ୍ଦିର ପୂଜକ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲା l

 

ଏହି କାର୍ଯ୍ୟକ୍ରମ କୁ ସଙ୍ଘର ସମ୍ପାଦକ ଶ୍ରୀ ମନୋରଞ୍ଜନ ଜେନା, ବିଜୟ କୁମାର ବେହେରା, ଧର୍ମେନ୍ଦ୍ର ସାହୁ, ବାସୁଦେବ ଦାସ, ମୁକେଶ ପାତ୍ର, ରଘୁନାଥ ମହାନ୍ତି ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ l

ଏହି କାର୍ଯ୍ୟକ୍ରମ କୁ ସଙ୍ଘ ର  ଉପଦେଷ୍ଟା ବରିଷ୍ଠ ଅଧ୍ୟାପକ ମହୋଦୟ ଶ୍ରୀଯୁକ୍ତ ଫିରୋଜ କୁମାର ସାହୁ, ଶ୍ରୀମତୀ ସସ୍ମିତା ପାତ୍ର, ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର, ଶ୍ରୀଯୁକ୍ତ ମନୋରଞ୍ଜନ ମହାରଣା ପ୍ରମୁଖ ସଦସ୍ୟ ମାନେ ପରିଚାଳନା କରିଥିଲେ l

 

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁ ରହିବ ବୋଲି ସଙ୍ଘ ର ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଜେନା ମତ ପ୍ରକାଶ କରିଥିଲେ l

 

 

powered by social2s