ବାତ୍ୟା ୟାସ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଲେ କେନ୍ଦ୍ରୀୟ ଟିମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବାତ୍ୟା ୟାସ ପ୍ରଭାବରେ ଘଟିଥିବା କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସିଲେ କେନ୍ଦ୍ରୀୟ ଟିମ। ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁନୀଲ ବର୍ଣାୱାଲ ଙ୍କ ନେତୃତ୍ୱରେ ଏହି ଟିମର ସଦସ୍ୟ ମାନେ ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବ ଟିମ। ୪ ଜଣ ବରିଷ୍ଠ ଓଡ଼ିଆ ଅଧିକାରୀଙ୍କ ସହ ଆସିଛନ୍ତି ୭ ଜଣିଆ ଟିମ। କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରକୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ।

powered by social2s