୧୭୨ ତମ କଥାମୃତ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ସ୍ମୃତି ବିଷୟରେ ଆଲୋଚନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ମାସର ପ୍ରଥମ ରବିବାର ୧୭୨ ତମ କଥାମୃତ ଅବସରରେ ସଭାପତି ଶ୍ରୀ ପ୍ରଭାତ କୁମର ନନ୍ଦ ପ୍ରଥମେ ପୂର୍ବତନ ରାଜ୍ୟ ସଂଯୋଜକ ଡ ସୂର୍ଯ୍ୟକାନ୍ତ ବେହେରା ବିୟୋଗ ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା ଓ ଓମ୍ ଉଚ୍ଚାରଣ ପାଇଁ ପରାମର୍ଶ ଦେଇଥିଲେ ଏବଂ ତାହା କରାଯାଇଥିଲା। 

 

ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ସ୍ମୃତି ବିଷୟରେ ଆଲୋଚନା କରାଯାଇଥିଲା। ତତତ୍ପରେ ପରିଷଦର କଳାକାର ଦାମୋଦର ସେନାପତି, ମଞ୍ଜୁଶ୍ରୀ ମହାନ୍ତି, ମଧୁସ୍ମିତା ବିଶ୍ଵାଳ, ତନୁଶ୍ରି ଜେନା ଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ପରେ ପରେ ଶ୍ରୀ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ରୀଜଗନ୍ନାଥ ବିଷୟରେ ପ୍ରବଚନ ଦେଇଥିଲେ। ତାଙ୍କର ପ୍ରବଚନ ଅତି ଉଚ୍ଚ କୋଟୀର ହୋଇଥିଲା, ସମସ୍ତଙ୍କୁ ମହାପ୍ରଭୁଙ୍କୁ ଆରାଧନା କରିବାକୁ ପରାମର୍ଶ ଦେଇଥିଲେ। 

 

କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ବାଳକୃଷ୍ଣ ପଣ୍ଡା, ଅଜୟ ହରିଚନ୍ଦନ, ଦାଶରଥି ସାମନ୍ତରାୟ, ଅଖିଳ ସାହୁ, ପ୍ରଭାକର ମଲ୍ଲିକ, ଚୌଦ୍ଵାରରୁ ସନ୍ତୋଷ ଧର, ଉଦୟ ମହାପାତ୍ର,ବାବାଜୀ ବିଶ୍ଵାଳ, ଗୋପାଳକୃଷ୍ଣ ମହାପାତ୍ର, ଗୌରାଙ୍ଗ ନାୟକ,ରାଧେଶ୍ୟାମ ଦଂଶନ, ଅଶୋକ ବଳ, ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ହରପ୍ରିୟା ବେହେରା, ପ୍ରତିମା ରାଉତ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ, ସରୋଜିନୀ ପରମଗୁରୁ, ଉଷା ମିଶ୍ର, ଅଶ୍ଵିନୀ ପ୍ରଧାନ, ଗାନ୍ଧୀ ଚୌଧୁରୀ, ତନ୍ମୟ ସାହୁ, କଲ୍ୟାଣ ପତି, ସୁରେଶ ମିଶ୍ର, ସୁରେଶ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । 

 

କାର୍ଯ୍ୟକ୍ରମ ରେ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ବହୁ ସଂଖ୍ୟା ରେ ଯୋଗଦାନ କରି ଥିବାରୁ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କର ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ କଲ୍ୟାଣ ହେଉ ବୋଲି କାମନା କରିଥିଲେ।

 

 

powered by social2s