ରଜ ଉତ୍ସବ ରେ କିଛି ମୁହୂର୍ତ୍ତ ଗୁରୁଜନ ଓ ପରିବାର ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 

 

ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଗଣପର୍ବ ପବିତ୍ର ରଜପର୍ବ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ,

ଆମ ଗୈାରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମସ୍ତଙ୍କ ମନରେ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ଭାରିଦେଉ କାମନା କରି ରଜ ସଂକ୍ରାନ୍ତି ରେ ପ୍ରତିବର୍ଷ ଭଳି, ଆଜି ମଧ୍ୟ ' କିଛି ମୁହୂର୍ତ୍ତ ଗୁରୁଜନ ଓ ପରିବାର ସହିତ" .. ଗୁଗଲ ମିଟ ରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି।

 

ପ୍ରଥମେ ଡ. ଆରତୀ କର "ରଜ ଉତ୍ସବ" କିପରି ଓଡ଼ିଶା ରେ ପାଳନ କରାଯାଏ ଓ କି କି ଗୀତ ଗାନ କରାଯାଏ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଶୁଭେଛା ଜଣାଇ ଥିଲେ। ପରେ ପରେ ଡ. ହର ପ୍ରସନ୍ନ ଦାସ ତାଙ୍କର ଅଭିଭାଷଣ ରଖିଥିଲେ। କିପରି ଆଚରଣ ଓ ଉଚ୍ଚାରଣ ଦ୍ଵାରା ଭଲ ମଣିଷ ଗଢ଼ିହେବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ନିଜେ ନିଜର ଆତ୍ମ ସମୀକ୍ଷା କରିବ ଦରକାର, ବୋଲି ମତ ପ୍ରକାଶ କରିଥିଲେ। ସବୁ ସମୟରେ ସକାରାତ୍ମକ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିଜେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ କଳାକାର ଦାମୋଦର ସେନାପତି ପ୍ରଥମରୁ "ମା ତୁମେ ଜଗତ ର ସାହା ଭରଷା" ଗାଈ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ, ଆଲୋଚନାରେ ସମାଜ ସେବା ଅନୁଷ୍ଠାନ ପକ୍ଷରୁ କର୍ମକର୍ତ୍ତା ଯୋଗ ଦେଇଥିଲେ, ମଡେଲ ଅମ୍ଳାନ ମହାନ୍ତି, ରାଉରକେଲା ରୁ ପ୍ରସିଦ୍ଧ ଗାୟିକା ସ୍ୱର୍ଣଲତା ମହନ୍ତ, ମଧ୍ୟ ଯୋଗ ଦେଇ ମା ଙ୍କ ଭଜନ ପରିବେଷଣ କରିଥିଲେ,ଭୁବନେଶ୍ୱର ରୁ ସ୍ୱର୍ଣଲତା ପାଣି, ଶ୍ୱେତପଦ୍ମା ହରିଚନ୍ଦନ, ମିନତି ହରିଚନ୍ଦନ, ସିତାଂଶୁ ରାଉତ, ସନ୍ତୋଷ ପରିଡ଼ା, ତନୁଶ୍ରି ଜେନା, ସୁଜାତା କର, ସୁଭଲକ୍ଷ୍ମି ଓଝା, ସନ୍ଦୀପ କୁମାର ପ୍ରମୁଖ ଯୋଗ ଦେଇ ସଙ୍ଗୀତ ଗାନ କରି ଥିଲେ, ଦାମୋଦର ସେନାପତି ଙ୍କ "କମଳ ଦେଶର ରାଜ କୁମାର" ଗୀତ  ସମସ୍ତଙ୍କୁ ଭଲଲାଗିଥିଲା, ଓଡ଼ିଆ ଆଧୁନିକ ଗୀତ ,ଭଜନ ଓ ରଜ ଉତ୍ସବ  ର "ବନସ୍ତେ ଡାକିଲା ଗଜ".. ଅନ୍ୟାନ୍ୟ ଗୀତ ଗୁଡ଼ିକ ଅତି ଉଚ୍ଚକୋଟି ର ହୋଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀ ନାରାୟଣ ମହାପାତ୍ର, ଆଦର୍ଶ ପଟ୍ଟନାୟକ ଓ ରାହୁଲ ପଲେଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଶାଶ୍ଵତୀ ମିଶ୍ର, ପ୍ରଭାତୀ କର, ମନୋରଞ୍ଜନ ଜେନା, ଈ ଦିଲ୍ଲୀପ ପଟନାୟକ,ଉମାନାଥ ମିଶ୍ର, ମନୋଜ କୁମାର ରାଉଳ, ରଞ୍ଜନ ସାମଲ, ଦିବ୍ୟଜ୍ୟୋତି ମହାପାତ୍ର, ବିପିନ ବିହାରୀ ସାହୁ, ଶ୍ରୀନିବାସ ରାଓ, ଲଲିତ ଖୁଣ୍ଟିଆ, ଦେବାଶିଷ ଦାସ, ଶରତ ବେହେରା, ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଯୋଗଦାନ କରିଥିଲେ, ଶେଷରେ ସ୍ୱର୍ଣଲତା ପାଣି  ରଜ ଉତ୍ସବ ର ପ୍ରସିଦ୍ଧ ଗୀତ "ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ".. ଗାନ କରିଥିଲେ, ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା। 

 

 

powered by social2s