ଯଶସ୍ୱିନୀ ନିର୍ମଳା ମିଶ୍ରଙ୍କ ମହାପ୍ରୟାଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଜଣେ ବିଶିଷ୍ଟା ସମାଜସେବୀ ସ୍ୱାନାମଧନ୍ୟା ନିର୍ମଳା ମିଶ୍ର ଚଳିତ ଜୁନ ମାସ ୧୫ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଦେହତ୍ୟାଗ କରିଛନ୍ତି। ସେ ଉତ୍କଳ ପ୍ରଦେଶ ମହିଳା କଂଗ୍ରେସର ଆବହିକା ଥିଲେ। ସେବାଦଳର ସଂପାଦିକା ଭାବରେ ନିର୍ବାଚନ ପ୍ରଚାର ଉଦ୍ଧେଶ୍ୟରେ ସ୍ୱରାଜ ଆଶ୍ରମରୁ ୧୯୬୧ ମେ ମାସ ୨୯ ତାରିଖରେ ଜିପ ରେ ରଣପୁର ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ସଡକ ଦୁର୍ଘଟଣାରେ ତାଙ୍କର ତିନିଜଣ ସହକର୍ମୀ ମୃତ୍ୟୁବରଣ କରିଥିବା ବେଳେ ସେ ନିଜେ ଡାହାଣ ହାତଟି ହରାଇଥିଲେ ଏବଂ ଶରୀରର ଡାହାଣ ପଟରେ ୨୫ଟି ସ୍ଥାନରେ ତାଙ୍କର ହାଡ ଭାଙ୍ଗିଯାଇଥିଲା। ସେ ପରେ ବର୍ଷେକାଳ କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିଲେ। ୧୯୬୩ ମସିହାରେ ଅଧ୍ୟାପକ ଶ୍ରୀଯୁକ୍ତ ତତ୍ୱକନ୍ଦର ମିଶ୍ରଙ୍କୁ ସେ ବିଭାହ କରିଥିଲେ ଏବଂ ସ୍ୱରାଜ ଆଶ୍ରମରେ ବିଜୁ ପଟ୍ଟନାୟକ, ବିରେନ ମିତ୍ର,ବିଜୟ ପାଣି ଓ ଭବାନୀ ପଟ୍ଟନାୟକ ପ୍ରଭୃତି କଂଗ୍ରେସର ବିଶିଷ୍ଟ ନେତୃଗଣ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ଦୁଇ କନ୍ୟା ଡକ୍ଟର ତଦାଶା ମିଶ୍ର ବର୍ତ୍ତମାନ ସ୍ୱତନ୍ତ୍ର ସଚିବ ଭାବେ ରାଞ୍ଚି, ଝାଡ଼ଖଣ୍ଡ ଠାରେ କାର୍ଯ୍ୟରତ ଅଛନ୍ତି ଓ ଡକ୍ଟର ସୌମ୍ୟା ମିଶ୍ର ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ ପଦାଧିକାରୀ ଭାବରେ ଚୟନିତ ହୋଇଛନ୍ତି ଏବଂ ବର୍ତ୍ତମାନ ଅତିରିକ୍ତ ମହାନିର୍ଦେଶକ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା, ଓଡିଶା ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ପୁତ୍ର ସ୍ବର୍ଗୀୟ ଅମୃତ ମିଶ୍ର କେନ୍ଦ୍ରୀୟ ଇଣ୍ଟେଲିଯେନ୍ସ ବ୍ୟୁରୋରେ ଉଚ୍ଚପଦସ୍ଥ ପଦାଧିକାରୀ ଭାବରେ କାର୍ଯ୍ୟରତ ଥିଲେ।ସ୍ୱର୍ଗୀୟା ନିର୍ମଳା ମିଶ୍ର ଓଡ଼ିଶାର ସୋସାଲ ୱେଲଫେୟାର ବୋର୍ଡ଼ର ସଦସ୍ୟ ମଧ୍ୟ ଥିଲେ।ସଙ୍ଗୀତ, ନୃତ୍ୟ,ନାଟ୍ୟ ପ୍ରଭୃତିରେ ସେ କୃତିତ୍ୱ ଅର୍ଜନ କରିଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟ ଓ ଶୈଳବାଳା ମହିଳା କଲେଜରେ ଛାତ୍ରାବସ୍ଥାରୁ ନେତୃତ୍ୱ କରିବା ଶକ୍ତି ତାଙ୍କ ମଧ୍ୟରେ ଫୁଟି ଉଠିଥିଲା। କବିତା ଲେଖି ବିଷୁବ ମିଳନରେ ସେ କେତତେଥର ପୁରସ୍କାର ଲାଭ କରିଥିଲେ।

powered by social2s