କୂଅରେ ପଡ଼ିଯାଇଥିବା ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନୁଗୁଳ: କୂଅରେ ପଡ଼ିଥିବା ୨ଜଣ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପ୍ରଦୀପ ପ୍ରଧାନ । ଛେଣ୍ଡିପଦା ଅଞ୍ଚଳରେ ଜଣେ ବାଳକ ଖେଳୁଥିବା ବେଳେ ଏକ କୂଅରେ ଖସିପଡ଼ିଥିଲେ ।ତାକୁ ବଞ୍ଚାଇବାକୁ ଯାଇ ଆଉ ଜଣେ ବାଳକ କୂଅକୁ ଡେଇଁପଡ଼ିଥିଲେ। ୨ ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକ । ଦୁଇ ଜଣ ଶିଶୁ ବଞ୍ଚିଯାଇଛନ୍ତି, କିନ୍ତୁ ବଞ୍ଚାଇବାକୁ ଯାଇଥିବା ତିନି ଜଣଙ୍କ ମଧ୍ୟରୁ ପ୍ରଦୀପ ପ୍ରଧାନ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ପାଣି ଭିତରେ ବେଶି ସମୟ ରହିଥିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

powered by social2s