ଆଜି ମହାପ୍ରଭୁଙ୍କ ପଵିତ୍ର ସ୍ନାନଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ସ୍ନାନମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜୀଉ। ବର୍ଷକରେ ଥରେ ଷୋଡ଼ଶ ଉପଚାର ପୂଜା ସ୍ନାନ ମଣ୍ଡପରେ ହୋଇଥାଏ। ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ କରାଯାଏ। ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପାଇଁ ୩୫ ଗରା ଜଳ ଲାଗେ। ଶ୍ରୀ ବଳଭଦ୍ରଙ୍କ ପାଇଁ ୩୩ ଗରା ଜଳ ଲାଗେ ଓ ମା ସୁଭଦ୍ରାଙ୍କ ପାଇଁ ୨୨ ଗରା ଜଳ ଲାଗେ। ଶ୍ରୀ ସୁଦର୍ଶନଙ୍କ ନିମନ୍ତେ ୧୮ ଗରା ଜଳ ଲାଗେ। ବିଜେ କରିଛନ୍ତି ଚତୁର୍ଦ୍ଧା ଵିଗ୍ରହ। ମହାପ୍ରଭୁଙ୍କ ଜଳଛେକା ପୂଜା କରାଯାଇଛି। କୋଭିଡ ଯୋଗୁ କଟକଣାରେ ଆଗେଇ ଚାଲିଛି ରଥଯାତ୍ରାର ଅଦ୍ୟପର୍ବ ଦେବ ସ୍ନାନ ପୂର୍ଣ୍ଣିମା ର ସମସ୍ତ ନୀତିକାନ୍ତି। ସ୍ନାନ ପରେ ଗଜବେଶ ଧାରଣ କରିବେ ମହାପ୍ରଭୁ। ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା । ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରା ପହଁରା।

powered by social2s