ଟୀକାକରଣର ନୂତନ ନିୟମ ଅନୁସାରେ ଟିକାର ଅନୁପାତକୁ ନେଇ କେନ୍ଦ୍ରକୁ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଟିକାକରଣର ନୂତନ ନିୟମ ଅନୁସାରେ ଟୀକାର ଅନୁପାତକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ହର୍ଷ ବର୍ଧନଙ୍କୁ ଚିଠି ଲେଖିଲେ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଚିଠିରେ ଉଲ୍ଲେଖ ଅଛି ଯେ ପରିବର୍ତ୍ତିତ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଘରୋଇ ହସ୍ପିଟାଲ ଗୁଡିକ ଟୀକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ ଟୀକା କିଣିପାରିବେ ।ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ ଟି ହସ୍ପିଟାଲ କମ୍ପାନୀ ଠାରୁ ଟୀକା ପାଇଛନ୍ତି ।ଓଡ଼ିଶାରେ ଲୋକ ସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ ଅଟେ,ଏହା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ ଅଟେ। ଏଥିରୁ ଆଶଙ୍କା କରାଯାଉଛି ଯେ ପ୍ରଚଳିତ ଗାଇଡ଼ଲାଇନ ଅନୁସାରେ ରାଜ୍ୟ ତାର ୨୫ ପ୍ରତିଶତ ଟୀକା ଅନୁଦାନକୁ ହରରାଇବ । ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାର ଙ୍କୁ ସ୍ବାସ୍ଥ୍ୟ ସଚିବ ଙ୍କୁ ଅବଗତ କରିସାରିଛନ୍ତି।ଏହି ୭୫:୨୫ ଅନୁପାତକୁ ପରିବର୍ତ୍ତନ କରି ୯୫:୫ ପ୍ରତିଶତ କୁ ପରିବର୍ତ୍ତନ କରାଯାଉ, ଯାହା ଫଳରେ ରାଜ୍ୟରେ ଆନୁପାତିକ ହାରରେ ଘରୋଇ ହସ୍ପିଟାଲ ଗୁଡିକ ଆବଶ୍ୟକୀୟ ଟୀକା କିଣି ପାରିବେ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି।

powered by social2s