ଭୁବନେଶ୍ୱର: ସୁସ୍ଥ ମନ ହିଁ ସୁସ୍ଥ ଶରୀରର ପରିଚାୟକ ।ସୁସ୍ଥ ସବଳ ବ୍ୟକ୍ତି ହିଁ ସୁସ୍ଥ ସମାଜ ଗଠନ କରିପାରନ୍ତି । ତେଣୁ ପର୍ବ ପର୍ବାଣୀ ପାଳନ କରିବାର ଯଥାର୍ଥତା ରହିଛି । ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଜନ ସମାଜ ଅତ୍ୟନ୍ତ ମର୍ମାହତ, ତେଣୁ ଦୁଃଖଦ ସମୟରେ ସମସ୍ତଙ୍କ ଜୀବନ କୁ ସରସ ସୁନ୍ଦର ଓ ମଧୁମୟ କରିବା ପାଇଁ ହେଲ୍ପମେଟ୍ ଅନୁଷ୍ଠାନ ତରଫରୁ କୁନି କୁନି ପିଲାମାନଙ୍କ ପାଇଁ ରାଜ୍ୟ ସ୍ତରରେ " ରଜପରୀ " କାର୍ଯ୍ୟ କ୍ରମ ରଖାଯାଇଥିଲା ।ଏହା ତିନୋଟି ରାଉଣ୍ଡ୍ ରେ କରାଯାଇ ରଜପରୀ ଭାବରେ ଅନନ୍ୟା ମହାନ୍ତି ଏବଂ ରଜ ରନସ୍ ଭାବେ ସମିଧା ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ ପୁରସ୍କାର ଯଥା ଟ୍ରଫି, ସାର୍ଟିଫିକେଟ, ନୂତନ ପୋଷାକ, ଅଳଙ୍କାର ଏବଂ ଇନ୍ ଫିନିଟି ବିଉଟିପାଲର ତରଫରୁ Hair spa treatment service ଦିଆଯାଇଛି । ସମ୍ପାଦିକା ନିବେଦିତା ଭଞ୍ଜ ପ୍ରତିବର୍ଷ ପିଲାମାନଙ୍କର ଖୁସି ପାଇଁ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ।
powered by social2s

