ରେଢାଖୋଲ: ପାଣିରେ ବୁଡ଼ିଯିବା ଫଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ଚୁଡାପୁରୁଗ ଗାଁର ସୁରୁବାଲି ନାଳକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ମାଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ସନ୍ତାନ ଅମିତ ଖଡ଼ିଆ ଓ ଅଜିତ ଖଡ଼ିଆ ପାଣିରେ ବୁଡ଼ିଯାଇଥିଲେ। ଉଭୟଙ୍କର ବୟସ ୪ ଓ ୬ ବର୍ଷ ବୋଲି ଜଣାପଡିଛି। ନାଳରୁ ଉଭୟ ଶିଶୁ ଭାସୁଥିବାର ଦେଖି ସେମାନଙ୍କୁ ଉଧ୍ୟାର କରାଯାଇ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
powered by social2s

