ଭୁବନେଶ୍ୱର ରେଳ ଷ୍ଟେସନରୁ ୧୫କିଲୋ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ,ଦୁଇ ଜଣ କିନ୍ନର ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର:ଓଡ଼ିଶା କ୍ରାଇମ ବ୍ରାଞ୍ଚ ଓ ଆର ପି ଏଫ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତର୍କିତ ଚଢ଼ାଉ କରି ଦୁଇ ଜଣ କିନ୍ନରଙ୍କ ଠାରୁ ପ୍ରାୟ ୧୫ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଚୋର। ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ସେହି ଦୁଇଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଦୁଇଜଣ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଓ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

powered by social2s