ଓଡିଶାରେ ଜୁଲାଇ ୧୬ ଯାଏ ଆଂଶିକ ଲକ୍ ଡାଉନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁଲାଇ ୧୬ ଯାଏ ସାରା ଓଡିଶାରେ ଆଂଶିକ ଲକ୍ ଡାଉନ ଜାରି କରାଯାଇଛି। ଧିରେ ଧିରେ ରାଜ୍ୟରେ ଅନଲକ୍ ପକ୍ରିୟା କରାଯାଉଛି। ତେବେ ସାରା ରାଜ୍ୟରେ ସନ୍ଧ୍ୟା ୬ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ଆଜି ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ଜୁଲାଇ ମାସ ପାଇଁ ସାରା ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କରି ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସଂକ୍ରମଣ କମୁଥିବାରୁ କାଟାଗୋରୀ ଏ କୁ ଆଉ ତିନୋଟି ଜିଲ୍ଲା ସାମିଲ କରାଯାଇଛି। ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ଏଥିରେ ସାମିଲ ହୋଇଛନ୍ତି। ତେବେ କାଟାଗୋରୀ ଏ ଜିଲ୍ଲା ମାନଙ୍କରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲାଯାଇ ପାରିବ। ଏହି ଜିଲ୍ଲା ମାନଙ୍କରେ ବଜାର ଓ ହାଟ ମଧ୍ୟ ଖୋଲାଯିବା ପାଇଁ ଅନୁମତି ମିଳିଛି। ଛୋଟ ଛୋଟ ସେଲୁନ ଓ ସ୍ପା ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ସେହିଭଳି ଏହି ଜିଲ୍ଲା ମାନଙ୍କରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ମଧ୍ୟ ଅନୁମତି ମିଳିଛି। ଜିଲ୍ଲା ଭିତରେ ଅଟୋ ଓ ବସ୍ ଚଳାଚଳକୁ ଅନୁମତି ମିଳିଛି। ସେହିଭଳି ଇନ୍ଡୋର ଓ ଆଉଡୋର ସୁଟିଙ୍ଗ ପାଇଁ ମଧ୍ୟ ଅନୁମତି ମିଳିଥିବା ସୁରେଶ ମହାପାତ୍ର କହିଛନ୍ତି। ତେବେ କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି। ତେବେ ଜନସାଧାରଣ କିଭଳି ଦୂରତା ବଜାଇ ରଖିବେ, ମାକ୍ସ ପିନ୍ଧିବା ଭଳି କରୋନାର ସମସ୍ତ ଗାଇଡଲାଇନ୍ ମାନି ଜିନିଷ ପତ୍ର କିଣାକିଣି କରିବେ ଏହା ସଂପୂର୍ଣ୍ଣ ଦୋକାନ ମାଲିକ ମାନଙ୍କର ଦାୟିତ୍ୱ ହେବ ବୋଲି ସେ ସୂଚନା ଦେଇଛନ୍ତି। ଯେଉଁଠି ଗାଇଡଲାଇନ୍ ଉଲଂଘନ ହେବ ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏହି କାଟାଗୋରୀ ବି ଜିଲ୍ଲା ମାନଙ୍କରେ କେବଳ ଅଉଡୋର୍ ସୁଟିଙ୍ଗ କୁ ମଧ୍ୟ ଅନୁମତି ମିଳିଛି। ସେହିଭଳି ପବ୍ଲିକ ଟ୍ରାନ୍ସପୋର୍ଟ ରେ କେବଳ ଅଟୋ ଚଳାଚଳକୁ ଅନୁମତି ମିଳିଥିବା ବେଳେ ଏଥିରେ କେବଳ ଦୁଇ ଜଣ ପାସେଞ୍ଜର ଯାଇ ପାରିବେ ବୋଲି କୁହାଯାଇଛି। ଏହି ଜିଲ୍ଲା ମାନଙ୍କରେ ସପ୍ତାହନ୍ତ ସଟ୍ ଡାଉନ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

powered by social2s