ଭୁବନେଶ୍ୱର: ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାଇଁ କ୍ରାଇମବ୍ରାଞ୍ଚର ଗାଇଡ଼ଲାଇନ ଜାରି ହୋଇଛି। ଗାଇଡ଼ଲାଇନରେ ଉଲ୍ଲେଖ ଅଛି ଯେ ଆକାଉଣ୍ଟ ଖୋଲିବା ବେଳେ ଗୋପନୀୟତା ନୀତି ଭଲଭାବରେ ପଢ଼ନ୍ତୁ, ସୋସିଆଲ ମିଡିଆରେ ନିଜର ଅତି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କୁ ବନ୍ଧୁ କରନ୍ତୁ ନାହିଁ, ଖରାପ ତଥ୍ୟ ଓ ମତ ଦିଅନ୍ତୁ ନାହିଁ। ଜଣେ ବ୍ୟକ୍ତି ଏକାଧିକ ଆକାଉଣ୍ଟ ଖୋଲନ୍ତୁ ନାହିଁ, ମେସେଜ ଫରୱାର୍ଡ ପୂର୍ବରୁ ସାବଧାନ ଓ ସତର୍କ ରୁହନ୍ତୁ, ମାଗଣା ୱାଇଫାଇ ବ୍ୟବହାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।
powered by social2s

