ଭୁବନେଶ୍ୱର: CIR ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନଃର୍ଗଠନ ଏବଂ ପୁନରୁତ୍ଥାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କୋଭିଡ ମହାମାରୀ ଯୋଗୁ ସ୍ୱାସ୍ଥ୍ୟ, ଶିକ୍ଷା , ବ୍ୟବସାୟ , ବାଣିଜ୍ୟ , ଅର୍ଥନୀତି, ଗମନାଗମନ ଆଦି ଯଥେଷ୍ଟ ପରିମାଣ ରେ ପ୍ରଭାବିତ ହୋଇଥିବାରୁ ଏଥିରୁ କିପରି ବାହାରି ସମସ୍ତ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କର୍ମଶାଳା ରେ ଇଲେକ୍ଟ୍ରୋନିକ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ ପ୍ରତିକୂଳ ପ୍ରଭାବ ପଡିଛି।ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦିଗଦର୍ଶନ ରେ ଓଡ଼ିଶା କୋଭିଡ ମହାମାରୀକୁ ପ୍ରତିହାରୀ କରି ବିକାଶ କାର୍ଯ୍ୟକ୍ରମ କୁ ଆଗେଇ ନେବା ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ନୂତନ କୋଭିଡ ହସ୍ପିଟାଲ ପ୍ରତିଷ୍ଠା, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସହ ଟୀକାକରଣ କାର୍ଯ୍ୟକ୍ରମ କୁ ବ୍ୟାପକ କରିଛନ୍ତି । କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର କୋଭିଡ ଦାସବୋର୍ଡ କୁ କାର୍ଯ୍ୟକ୍ଷମ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି , କୋଭିଡ ପଜିଟିଭ ଓ ନେଗେଟିଭ ରିପୋର୍ଟ ତ୍ୱରିତ ଭାବେ ଜନସାଧାରଣ ଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇପାରିଛନ୍ତି । ଏଥି ସହିତ ହ୍ଵାଟ୍ସଆପ ଜରିଆରେ ଅନେକ ସୂଚନା ଓ ସଚେତନତା ର ବାର୍ତା ଯୋଗାଇ ଜନସାଧାରଣ ଙ୍କୁ କୋଭିଡ ସଂକ୍ରମଣ ପ୍ରତି ସାବଧାନ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ।
CIR ପକ୍ଷରୁ ବିଶ୍ଵ ମହାମାରୀ ପରବର୍ତ୍ତୀ ସମୟରେ ପୁନଃଗଠନ ଏବଂ ପୁନରୁତ୍ଥାନ ସମ୍ପର୍କିତ କର୍ମଶାଳା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

