ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବର୍ତ୍ତମାନ ଯୁଗ ହେଉଛି ଆଇଟିର ଯୁଗ। ଯେଉଁ ଦେଶ ଆଇଟି କ୍ଷେତ୍ରରେ ଯେତେ ଆଗୁଆ ସେ ଦେଶ ସେତେ ସମୃଦ୍ଧ ଦେଶ ଭାବେ ସମଗ୍ର ବିଶ୍ୱରେ ପରିଗଣିତ। ଆମ ଦେଶ ତଥା ରାଜ୍ୟର ବହୁ ଆଇଟି ଡିଗ୍ରୀଧାରୀ ବିଭିନ୍ନ ଦେଶରେ କାର୍ଯ୍ୟକାରୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ବିଗତ ବର୍ଷ ମାନଙ୍କ ମଧ୍ୟରେ ଆମ ରାଜ୍ୟ ଓଡିଶା ଆଇଟି କ୍ଷେତ୍ରରେ ବହୁ ଅଗ୍ରଗତି ହାସଲ କରିଛି। ତେବେ ଆଇଟି କ୍ଷେତ୍ରରେ ସଫଳତାର ଶୀର୍ଷ କୁ ଯାଇ ଓଡିଶାକୁ 'ଆଇଟି ହବ'ରେ ପରିଣତ କରିବା ପାଇଁ ଯେଉଁ ଯୋଜନା ରହିଛି, ତାହାକୁ ପୂରଣ କରିବା ଲାଗି ଆମ ସମସ୍ତଙ୍କୁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି କ୍ରୀଡା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ କହିଛନ୍ତି।

ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫-ଟି ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏଥିରେ ସାଇବର ସିକ୍ୟୁରୀଟି ,ଭାରତ ନେଟ, ମୋ ସରକାର ଯୋଗାଯୋଗ ସେଣ୍ଟର, ମୋ ସେବା କେନ୍ଦ୍ର, ଓଡିଶା -ୱାନ ପୋର୍ଟାଲର କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

 

powered by social2s