ଭୁବନେଶ୍ୱର: ଓଡ଼ିଶାରେ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି ମାଲିକ ସଙ୍ଘ।
ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ବସ ଗୁଡ଼ିକୁ ଚଳନକ୍ଷମ ପାଇଁ ବାର୍ଷିକ ୧ ଲକ୍ଷ ର ଶୁଦ୍ଧମୁକ୍ତ ଋଣ ଦିଆଯାଉ ଓ କର୍ମଚାରୀଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ସମେତ ମାସକର ରାସନ ପ୍ରଦାନ କରାଯାଉ।
ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ଼ କରିବାକୁ ଦାବି କରିଛନ୍ତି ସାହୁ।
କେନ୍ଦ୍ର ସହ କଥା ହୋଇ ରାଜ୍ୟ ସରକାର ଇଂସୁରାନ୍ସ ଛାଡ଼ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି।
powered by social2s

