ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟସାଇ ଏନକ୍ଲେଭ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)। ଏକାଧିକ ବ୍ୟକ୍ତି କୋରନାରେ ଆକ୍ରାନ୍ତ ହେବା ଫଳରେ ଏଭଳି ପଦକ୍ଷେପ ନିଆଯାଇଛି। କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ମନା କରାଯାଇଛି। ଏହି କଣ୍ଟେନମେଣ୍ଟ ଜୋନ ଇଲାକାର ସମସ୍ତ ଅଫିସ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଔଷଧ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ।
powered by social2s

