ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଓଡ଼ିଶାରେ ସମ୍ପ୍ରତି ଚାଲିଥିବା ଲକଡାଉନକୁ ସରକାର ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ବର୍ତ୍ତମାନ ଚାଲିଥିବା ଲକଡାଉନ ସମ୍ପର୍କରେ ସରକାର ନୂତନ ମାର୍ଗଦର୍ଶିକା ଘୋଷଣା କରିଛନ୍ତି। ଏହି ନୂତନ ମାର୍ଗଦର୍ଶିକା ଅନୁଯାୟୀ ସମଗ୍ର ରାଜ୍ୟକୁ ଦୁଇ ଭାଗରେ A ଓ B ଭାବରେ ବିଭକ୍ତ କରାଯାଇଥିଲା।ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ କମ ହେଉଛି ସେଗୁଡିକୁ A କାଟାଗୋରୀରେ ଥିବା ବେଳେ ସଂକ୍ରମଣ ଅଧିକ ଥିବା ଜିଲ୍ଲା ଗୁଡିକୁ B କାଟାଗୋରୀରେ ରଖାଯାଇଛି। ଆଜି ସରକାରଙ୍କ ଘୋଷିତ ନୂତନ କୋଭିଡ ୧୯ ମାର୍ଗଦର୍ଶିକା ଅନୁଯାୟୀ A କାଟାଗୋରୀ ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର ସକାଳ ୬ଟାରୁ ରାତି ଆଠଟା ପର୍ଯ୍ୟନ୍ତ ଖୋଲା ରହିବ। କାଟାଗୋରୀ B ଜିଲ୍ଲା ଗୁଡିକରେ ଦୋକାନ ବଜାର ସକାଳ ୬ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ। ସମଗ୍ର ରାଜ୍ୟରେ ବସ ଚଳାଚଳକୁ ଅନୁମତି ଦିଆଯାଇଥିବା ବେଳେ ବସରେ ଯେତିକି ସିଟ ସେତିକି ଯାତ୍ରୀ ଯିବା ଆସିବା କରି ପାରିବେ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳ ପାଇଁ ମିଳିବନି ଅନୁମତି। ରଥଯାତ୍ରାକୁ ଦୃଷ୍ଟିରେ ରଖି ନିଆଯାଇଛି ଏଭଳି ନିଷ୍ପତ୍ତି। ଜିମ ,ସ୍ପା,ଓ ସେଳୁନ ଗୁଡିକ ପୂଣ୍ଣ କୋଭିଡ ୧୯ ମାର୍ଗଦର୍ଶିକାକୁ ଅନୁସରଣ କରି ଖୋଲିବେ। ଶନିବାର ଓ ରବିବାର ସପ୍ତାହାନ୍ତ ସର୍ଟଡାଉନ ବଳବତ୍ତର ରହିବ।
ଅଗଷ୍ଟ ୧ ପର୍ଯ୍ୟନ୍ତ ଓଡ଼ିଶାରେ ବଢ଼ିଲା ଆଂଶିକ ଲାକଡାଉନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

