ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।
ବୈଠକରେ କୃଷି, ସ୍ୱାସ୍ଥ୍ୟ, ରାସ୍ତାଘାଟ, ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ସହ ଜିଲ୍ଲାର ଖାଦ୍ୟ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା।
ସେହିଭଳି ଜିଲ୍ଲାରେ କୋଭିଡ଼ ନିୟନ୍ତ୍ରଣ ସହ ପରିଚାଳନା ଉପରେ ଆଲୋକପାତ କରାଯାଇଥିଲା।
ଶେଷରେ ମନ୍ତ୍ରୀ ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ବୁଲି ଦେଖିବା ସହ ଅନ୍ତବାସୀଙ୍କ ସହ ଆଲୋଚନା କରିଥିଲେ।
ଆଜିର ଏହି ବୈଠକରେ ସାଂସଦ ରମେଶ ମାଝି, ଜିଲ୍ଲାର ସମସ୍ତ ବିଧାୟକ, ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସହ ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ଯୋଗଦେଇଥିଲେ।
powered by social2s

