ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ "ମା ଦୁର୍ଗା" ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପବିତ୍ର ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ "ମା ଦୁର୍ଗା" ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ କରାଯାଉଛି ।

 

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଜ୍ଞ ଓ ପୂଜା ତିନି ଦିନ ଧରି କରାଯିବ । ଆସନ୍ତା ୧୮.୭.୨୧ ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯିବ ।

 

ଆଜି ସକାଳୁ ପ୍ରଥମେ ପୂଜକ, କର୍ତ୍ତା ଓ ସଦସ୍ୟ ମାନେ କେଦାରଗୌରୀ ଠାରେ ପୂଜା କରି କଳସରେ ପାଣି ଆଣିଥିଲ । ତତ୍ ପରେ ମା ଦୁର୍ଗାଙ୍କ ପୂଜା ଓ ଯଜ୍ଞ ଆରମ୍ଭ କରାଯାଇଥିଲା ।

 

କରୋନା କଟକଣା କୁ ଆଖି ଆଗରେ ରଖି ସ୍ୱଳ୍ପ ଭାବେ ପାଳନ କରାଯାଇଛି ।

 

କାର୍ଯ୍ୟକ୍ରମରେ ଶ୍ରୀ ସଂଗ୍ରାମ ଆଚାର୍ଯ୍ୟ, ଲଲିତ ମୋହନ ପଣ୍ଡା,ଆର୍ତ୍ତତ୍ରାଣ ସାହୁ, ଅଚ୍ୟୁତ ପ୍ରସାଦ ବେହେରା, ସରୋଜ ପାତ୍ର, ହରି ହର ସାହୁ, ନିରଞ୍ଜନ ମିଶ୍ର, ଗୋପାଳ ମହାନ୍ତି, ମଳୟ ରଞ୍ଜନ ମହାପାତ୍ର, ନିତ୍ୟାନନ୍ଦ ରଥ, ଲଲିତ ମୋହନ ଖୁଣ୍ଟିଆ ଶ୍ରୀନିବାସ ରାଓ, ଅଭିମନ୍ୟୁ ସାହୁ, ଅନ୍ୟାନ୍ୟ ପୂଜକ ଓ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

 

 

powered by social2s