ଭୁବନେଶ୍ୱର: ଥରେ କରୋନାରେ ଆକ୍ରାନ୍ତ ହୋଇ ଆଉ ଥରେ ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି। ତେଣୁ ଜେନମ ସିକ୍ୟୁଏନ୍ସକୁ ବଢ଼ାଇଲେ ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖିପାରିବା । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ମିଶ୍ର କହିବା ଅନୁଯାୟୀ, ନଭେମ୍ବର ଯାଏଁ ଆମକୁ କୋଭିଡ କଟକଣା ରଖିବାକୁ ହେବ। ଅକ୍ଟୋବର ଶେଷ ଆଡ଼କୁ ରାଜ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଯେଉଁଠି ଅଧିକ ମାମଲା, ସେଠି ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ। ଟୀକା ନେବାପରେ ସଂକ୍ରମଣ ହେଉଛି, ତେଣୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ। ଡବଲ ଡୋଜ ଟୀକା ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ ବୋଲି ସେ ସୂଚନା ଦେଇଛନ୍ତି।
powered by social2s

