ଭୁବନେଶ୍ୱର: ଜୁଲାଇ ୨୬ ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ।
କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଖୋଲିବ ସ୍କୁଲ, ଖୁବ ଶୀଘ୍ର ଆସିବ ଗାଇଡଲାଇନ ।
ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ଟୀକା ।
ଯେଉଁ ସ୍କୁଲରେ ଅଫଳାଇନ ପରୀକ୍ଷା ହେବ, ସେହି ସ୍କୁଲ ପରୀକ୍ଷା ପରେ ଖୋଲିବ ।
ବିଦ୍ୟାଳୟକୁ ଆସିବା ଛାତ୍ରଛାତ୍ରୀଙ୍କର ଇଚ୍ଛାଧୀନ ରହିବ, ଅନ୍ୟ ଶ୍ରେଣୀର ପାଠ ପଢା ଅନଲାଇନ ହେବ ।
ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ରହିବ ।
ସକାଳ 10 ଟା ରୁ ଅପରାହ୍ନ 1.30 ଯାଏଁ ସ୍କୁଲ ଖୋଲିବ ।
ରବିବାର ଓ ସମସ୍ତ ସରକାରୀ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ।
powered by social2s

