ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ସହରର ବିଭିନ୍ନ ଗଳିକନ୍ଦିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍କନ ମନ୍ଦିର ନିକଟ ପୋଲ ତଳ ରାସ୍ତାରେ ୫ ଫୁଟ ର ପାଣି। ସେପଟେ ଲକ୍ଷ୍ମୀସାଗର ଅଂଚଳରେ ବର୍ଷା ପାଣିର ସୁଅ ଛୁଟୁଥିବାରୁ ପାଣିରେ ଏକ ବାଇକ ଭାସୁଥିବା ଦେଖିବାକୁ ମିଳିଛି। ବମୀଖାଳ, ପୁରୁଣା ଭୁବନେଶ୍ୱର ଓ ରସୁଲଗଡ଼ ଅଂଚଳର ବହୁ ସ୍ଥାନ ଜଳମଗ୍ନ ହୋଇଥିବା ସୂଚନା।
powered by social2s

