ଓଡ଼ିଶାରେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ସୃଷ୍ଟି ହୋଇଛି ୮୫ ପ୍ରତିଶତ ଆଣ୍ଟିବଡି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ସୃଷ୍ଟି ହୋଇଛି ୮୫ ପ୍ରତିଶତ ଅଣ୍ଟିବଡି। ତିନୋଟି ଜିଲ୍ଲାରେ ୭୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଏହି ତିନୋଟି ଜିଲ୍ଲା ହେଉଛି ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ। ଗଞ୍ଜାମ ରେ ୭୦.୯ ପ୍ରତିଶତ, ରାୟଗଡା ରେ ୬୩ ପ୍ରତିଶତ ଓ କୋରାପୁଟ ରେ ୬୧.୩ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ସେହିପରି ଶିଶୁମାନଙ୍କ ଶରୀରରେ ୬୫.୧୨ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି।ସେରୋ ସର୍ଭେରୁ ତଥ୍ୟ ପ୍ରକାଶ ପାଇଛି। ତେବେ ତୃତୀୟ ଲହର ପୂର୍ବରୁ ଓଡିଶା ପାଇଁ ଏହା ଏକ ଭଲ ଖବର।ସାରା ଦେଶରେ ଯେତେବେଳେ ୬୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ଓଡ଼ିଶାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେବା ଓ ଶିଶୁମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ତୃତୀୟ ଲହର ପୂର୍ବରୁ ଏକ ଆଶ୍ୱସ୍ତିକର ଖବର।

powered by social2s