ପୁରୀ ପାଇଁ ଟ୍ୟାପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ପୁରୀ ସହର ପାଇଁ ଟ୍ୟାପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହରର ଅଢେଇ ଲକ୍ଷ ଲୋକଙ୍କୁ ୨୪ ଘଣ୍ଟା ଟ୍ୟାପ ଯୋଗେ ମିଳିବ ବିଶୁଦ୍ଧ ଜଳ। ଲଣ୍ଡନ, ଲସ ଆଞ୍ଜେଲେସ ଓ ସିଙ୍ଗାପୁର ଭଳି ସହରମାଳରେ ସାମିଲ ହେଲା ପୁରୀ। ପ୍ରତି ପରିବାରକୁ ୨୪ ଘଣ୍ଟା ବିଶୁଦ୍ଧ ଜଳ ଯୋଗାଇବାରେ ପୁରୀ ହେଲା ଦେଶର ପ୍ରଥମ ସହର। ଉଦବୋଧନ ଆରମ୍ଭରୁ ଜୟ ଜଗନ୍ନାଥ କହିଲେ ମୁଖ୍ୟମନ୍ତ୍ରୀ ।ସେ କହିଛନ୍ତିଯେ ଆଉ ଫିଲ୍ଟର ଦରକାର ନାହିଁ,ଟ୍ୟାପ ଯୋଗେ ମିଳିବ ସ୍ୱଚ୍ଛ ପାଣି। ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ, କାରଣ ସହରର ପ୍ରତି ସ୍ଥାନରେ ଟ୍ୟାପର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

powered by social2s