ଭୁବନେଶ୍ୱର: ଓଡ଼ିଶାରେ କାଲିଠାରୁ ଆରମ୍ଭ ହେବ ଅଫଳାଇନ ମ୍ୟାଟ୍ରିକ ପରୀକ୍ଷା। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରୀନିଂ ପରେ ଭିତରକୁ ପ୍ରବେଶ ପାଇଁ ମିଳିବ ଅନୁମତି। ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କ ଆଣ୍ଟିଜେନ ପରୀକ୍ଷା ଶେଷ ହୋଇଛି । ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜର୍ଭର ନିୟୋଜିତ ଅଛନ୍ତି। ବୋର୍ଡ ସଭାପତି ରାମସୀଷ ହାଜରଙ୍କ ସୂଚନା ଅନୁଯାୟୀ, ମୋଟ ୫୦୪ ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫୧୩୬ ଛାତ୍ରଛାତ୍ରୀ। କୋଭିଡ ନିୟମ ପାଳନ କରି ହେବ ପରୀକ୍ଷା। ଅଗଷ୍ଟ ୫ ଯାଏ ଅଫଳାଇନରେ ହେବ ମାଟ୍ରିକ ପରୀକ୍ଷା। ନିର୍ଦ୍ଧିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯିବ ।
powered by social2s

