କରୋନା ପରେ ଭୁବନେଶ୍ୱରରେ ଡରାଉଛି ଡେଙ୍ଗୁ
ଭୁବନେଶ୍ୱର: ଭୁବନେଶ୍ୱରରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଜୁଲାଇ ୨୭ ତାରିଖ ସୁଦ୍ଧା ରାଜଧାନୀରେ ୪୨୧ ଜଣ ଡେଙ୍ଗୁ ଆଂକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଏବେ ଚିନ୍ତାର କାରଣ ହୋଇଛି। ନୀଳାଦ୍ରିବିହାର,ବରଗଡ଼ ବ୍ରିଟ କଲୋନୀ, କଳ୍ପନା ଏବଂ ୧ ନମ୍ବର ଅଂଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି।
ଭୁବନେଶ୍ୱର ମୁନ୍ସୀପାଲ କର୍ପୋରେସନ ର ୱାଡ଼ ନମ୍ବର ୭ ଓ ୧୪ ରେ ବୁଲୁଛି ମଶା ଧୁଆଂ ଗାଡି।ଏହା ସହ ବିଭିନ୍ନ ଅଂଚଳରେ ସଫେଇ କାର୍ଯ୍ୟକ୍ରମ ଜାରୀରହିଛି।
ପୁରୁଣା ଭୁବନେଶ୍ୱର ଅଂଚଳରେ ଯୁବ ଉତ୍କଳ ଫାଉଣ୍ଡେସନ ତରଫରୁ ବରିଷ୍ଠ ନାଗରିକଙ୍କୁ ନେଇ ଚାଲିଛି ସଚେତନତା କାର୍ଯ୍ୟକ୍ରମ।
powered by social2s

