ମାଲକାନଗିରି ଜିଲ୍ଲାର ଉନ୍ନୟନ କାର୍ଯ୍ୟ ନେଇ ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ତୁସାରକାନ୍ତି ବେହେରା ଙ୍କ ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଇଲକ୍ଟ୍ରୋନିକ୍ସ,ସୂଚନା ପ୍ରଯୁକ୍ତି,କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁସାରକାନ୍ତି ବେହେରା ଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନଗିରି ଜିଲ୍ଲାର ଗରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ ଜିଲ୍ଲାର କ୍ରୀଡା ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳସେଚନ, ଗମନାଗମନ, ମୋବାଇଲ ନେଟୱାର୍କ ସେବା ,ଜୀବନ ଜୀବିକା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଜନଜାତି କଲ୍ୟାଣ ଆଦି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀ ମାନଙ୍କ ସହାଲୋଚନା କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶ ଧାରା କୁ ଆଗେଇ ନେବା ଲାଗି ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶାସନ ଭାର ହାତକୁ ନେବା ପରେ ଜିଲ୍ଲାରେ ବହୁତ ଗୁଡିଏ ଉନ୍ନତି ମୁଳକ କାର୍ଯ୍ୟ ସମ୍ଭବ ହୋଇପାରିଛି। ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ଙ୍କ ଆନ୍ତରିକ ଉଦ୍ୟମ ଓ ଜନ ସାଧାରଣଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଜିଲ୍ଲା ପ୍ରଶାସନ ର କାର୍ଯ୍ୟ ଶୈଳି କୁ ନେଇ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିଥିଲେ ।

 

ଏହି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲାପାଳ ଶ୍ରୀ ଵିଶାଲ ସିଂ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ପରେ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ବାଳିକା ହାଇ ସ୍କୁଲ ରେ ବୃକ୍ଷରୋପଣ କରିବା ସହିତ ବିଦ୍ୟାଳୟ ର ଭିତିଭୂମି ସମ୍ପର୍କରେ ପଚାରି ବୁଝିଥିଲେ।

 

powered by social2s