ଭୁବନେଶ୍ୱର: ଆଜି ଓଡିଶା ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୨୭ଟି ଜିଲ୍ଲାରେ କୋଭିଡ଼ ସଂକ୍ରମଣ ହାର ନଗନ୍ୟ ରହିଛି। ତେବେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଥିବା ଦେଖାଦେଇଛି। ତେଣୁ ରାଜ୍ୟରେ ଜୀବନ ଜୀବିକାର ସମନ୍ୱୟ ରକ୍ଷା ପାଇଁ ଧୀରେ ଧୀରେ ଅନଲକ ପକ୍ରିୟା ଆରମ୍ଭ ହୋଇଛି। ଆଜି ଏହି ଅନଲକ ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ୍ ପୂର୍ବ ଭଳି ବଳବତ୍ତର ରହିବ। ତେବେ ଏହି ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ବିଭିନ୍ନ ମଲ୍, ପାର୍କ, ସମୁଦ୍ରକୂଳ ଆଦି ଖୋଲାଯିବ। ସେହିପରି ସିନେମା ହଲ, ଥିଏଟର ଓ ଯାତ୍ରା ଆଦି ୫୦% ଲୋକଙ୍କ କ୍ଷମତାରେ ଖୋଲାଯାଇ ପାରିବ। ସେହିଭଳି ବାର, ରେସ୍ତୋରାଁ ଓ ଢାବା ଆଦିରେ ୫୦% କ୍ଷମତାରେ ଲୋକେ ବସି ଖାଇପାରିବେ। କରୋନାର ଗାଇଡଲାଇନ୍ ମାନି ରାସ୍ତାକଡ଼ ଜଳଖିଆ ଦୋକାନରେ ଲୋକେ ଏବେ ଖାଇପାରିବେ। ସେହିଭଳି ଆହାର କେନ୍ଦ୍ରରେ ମଧ୍ୟ ଲୋକେ ବସି ଖାଇପାରିବେ। ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ସ୍ଥାନୀୟ ପ୍ରଶାସନ ର ଅନୁମତି ନେଇ ଖୋଲାଯାଇପାରିବ। ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା ଓ ତାଲିକା କାର୍ଯ୍ୟକ୍ରମ କରାଯାଇପାରିବ। ୱଟର ପାର୍କ, ସୁମିଙ୍ଗପୁଲ ଓ ମୀନାବଜାର ଆଦି ଖୋଲାଯାଇ ପାରିବ। ପୂର୍ବଭଳି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ତେବେ ଅଗଷ୍ଟ ମାସର ନୂଆ ଗାଇଡଲାଇନ୍ ରେ ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ମହୋତ୍ସବ କୁ ମନା କରାଯାଇଛି। ସେହିଭଳି ପ୍ରଦର୍ଶନୀ, ବାଣିଜ୍ୟମେଳା ଓ ମହୋତ୍ସବ କୁ ମନା କରାଯାଇଛି। ପୂର୍ବଭଳି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିର କଟକଣା ବଳବତ୍ତର ରହିବ।
ଓଡ଼ିଶା ସରକାରଙ୍କ ଅଗଷ୍ଟ ମାସ କୋଭିଡ ଗାଇଡଲାଇନ୍ ଜାରି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

