ପ୍ରମିଳାଙ୍କ ପାଇଁ ପଲିଥିନ ହିଁ ଆଶ୍ରୟସ୍ଥଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ହରିପୁର ଶାସନ (ଚିଲିକା): ମୌଳିକ ସୁବିଧା ରୁ ବଞ୍ଚିତ ନ ହେବା ପାଇଁ ସରକାର ଅନେକ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି।ସେ ମଧ୍ୟରୁ ଆବାସ ଯୋଜନା ଅନ୍ୟତମ। ହେଲେ ଏ ଯୋଜନାର ପ୍ରକୃତ ହିତାଧିକାରୀ ଏହାର ସୁବିଧା ପାଇପାରୁନାହାନ୍ତି । ଫଳରେ ଲୋକାଭିମୁଖୀ ଯୋଜନା ବାଟବଣା ହେବାକୁ ବସିଲାଣି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଚିଲିକା ବ୍ଲକ ଅନ୍ତର୍ଗତ ହାତବରଡ଼ିହ ପଂଚାୟତ ଗାଇନାଡ଼ା ଗ୍ରାମ ନୂଆସାହି ରେ ।
 
ଗାଇନାଡ଼ା ନିବାସୀ ସ୍ବର୍ଗତ ବଲ୍ଲଭ  ତରାଇ ଙ୍କ ପତ୍ନୀ ପ୍ରମିଳା ତରାଇ ଙ୍କ ଜୀବନ କାଟୁଚି ଭଙ୍ଗା ଆଜବେଷ୍ଟ ଓ ପଲିଥିନ ତଳେ । ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ। ପରିବାର ରେ ୮ ଜଣ ସଦସ୍ୟ ଙ୍କ ମଧ୍ୟରେ ୮୫ ବୟସ୍କ ବୃଦ୍ଧ ଶଶୁର, ୮୦ ବର୍ଷ ବୟସ୍କ ବୃଦ୍ଧା ଶାଶୁ । ୩ ବର୍ଷ ତଳେ ତାଙ୍କର ଗୋଡ ଭାଙ୍ଗିଯାଇଥିବାରୁ ସେ ସବୁବେଳେ ଘରେ ପଡିରହୁଛନ୍ତି । ତା ସହିତ ୩ ଟି ଛୋଟ ପିଲାଙ୍କୁ ନେଇ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି । ସାମାନ୍ୟ ବର୍ଷାରେ ଘରେ ପାଣି ପଶିଯାଏ । ପବନରେ ପଲିଥିନ ଉଡ଼ାଇନିଏ । ଘରେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ତିନି ଜଣ ବୟସ୍କ ଅସୁସ୍ଥ ବ୍ୟକ୍ତିଙ୍କ ସହିତ ଜଣ ଛୋଟ ପିଲାଙ୍କୁ ନେଇ ଚାଲିବା କଷ୍ଟକର ହୋଇପଡ଼ିଥିବା ବେଳେ ଘର ଖଣ୍ଡେ କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି ।
 
ସ୍ଥାନୀୟ ନେତା ଓ ସ୍ଥାନୀୟ ପ୍ରଶାସନ ଏହି ହିତାଧିକାରୀଙ୍କ ଉପରେ ଦୃଷ୍ଟି ପଡ଼ିଲେ ବିଚରା ଅସହାୟ ବିଧବା ମହିଳାଙ୍କ ପରିବାର ଉପକୃତ ହୋଇପାରନ୍ତେ।
 
 
 
powered by social2s