ଭୁବନେଶ୍ୱରରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବରରେ ପ୍ରତିଦିନ ପ୍ରାୟ ୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏକ ଚିନ୍ତାର ବିଷୟ ହୋଇଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୬୧ ରେ ପହଁଚିଛି। ଗୋଟିଏ ପରେ ଗୋଟିଏ ବସ୍ତିକୁ ମାଡ଼ି ଚାଲିଛି ଡେଙ୍ଗୁ ରୋଗ। ତେବେ ବସ୍ତି ଉପରେ ବିଶେଷ ଧ୍ୟାନ ଦିଆ ଯାଉନି ବୋଲି ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ। ତେବେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ବିଭିନ୍ନ ୱାର୍ଡରେ ମଶା ଧୂଆଁ ଦିଆଯିବା ସହ ବୁଦା ଓ ଘାସ କଟାଯାଉଛି ଓ ପରିମଳ ବ୍ୟବସ୍ଥା ଉପରେ ଗୁଋତ୍ବ ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ର ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଲୋକଙ୍କୁ ଡେଙ୍ଗୁର ପ୍ରତିକାର ଓ ଡେଙ୍ଗୁ ହେଲେ କଣ କରିବେ ସେ ନେଇ ସଚେତନ କରାଯାଉଛି।

powered by social2s