ମଦର୍ସ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମଦର୍ସ ପବ୍ଲିକ ସ୍କୁଲ ୟୁନିଟ-୧ ର ଛାତ୍ରଛାତ୍ରୀମାନେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା-୨୦୨୧ରେ ଉଲ୍ଲେଖନୀୟ ସଫଳତା ହାସଲ କରି ସ୍କୁଲ ପାଇଁ ଗୌରବ ଆଣିଛନ୍ତି।ଚଳିତ ବର୍ଷ ୧୨୪ଜଣିଆ ଛାତ୍ରଛାତ୍ରୀଙ୍କ ବ୍ୟାଚରୁ ୬୩ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତ ରୁ ଅଧିକ ନମ୍ବର ରଖି ପାସ କରିଥିବା ବେଳେ ସ୍କୁଲ ୧୦୦% ସଫଳତା ହାସଲ କରିଛି। ଋତୁପର୍ଣ୍ଣା ଛୋଟରାୟ ୯୯.୬% ସହିତ ଶିର୍ଷ ସ୍ଥାନରେ ରହିଥିବା ବେଳେ ଶୁଭଙ୍କର ସାଇପ୍ରିୟା ୯୯.୪% ଓ ଶ୍ରୀନିବାସ ବେହେରା ୯୯.୨% ନମ୍ବର ରଖି ପାସ କରିଛନ୍ତି। ମଦର୍ସ ପବ୍ଲିକ ସ୍କୁଲ ପୁରୀର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ପୁରୀ ସ୍କୁଲ ର ହରିନାରାୟଣ ପ୍ରତିହାରୀ ୯୬.୮% ନମ୍ବର ରଖି ଶିର୍ଷ ସ୍ଥାନରେ ରହିଥିବା ବେଳେ ମୋହିତ ମିଶ୍ର ଓ ସୁପ୍ରସାଦ ୯୬% ଲେଖାଏଁ ନମ୍ବର ରଖିଛନ୍ତି। ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଦର୍ସ ପବ୍ଲିକ ସ୍କୁଲ ଟିମ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ପୁରୀ ସ୍କୁଲ ଉଲ୍ଲେଖନୀୟ ସଫଳତା ପାଇଛି।ଏହାର ୨୪ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୯ଜଣ ୯୦% ରୁ ଅଧିକ ନମ୍ବର ରଖିଛନ୍ତି। ପ୍ରତିଷ୍ଠା ହେବାର ପାଞ୍ଚ ବର୍ଷ ଭିତରେ ମଦର୍ସ ପବ୍ଲିକ ସ୍କୁଲ ପୁରୀ ଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟରେ ଉତ୍କର୍ଷ ହାସଲ କରିପାରିଛି। ନିକଟରେ ଏହି ସ୍କୁଲରେ ଦ୍ୱାଦଶ ବୋର୍ଡ କୁ ସାମିଲ କରାଯାଇଛି। ୨୦୨୧ରେ ଅଭାବନୀୟ ସ୍ଥିତ ସତ୍ଵେ ଶିକ୍ଷାଦାନ ବନ୍ଦ ହୋଇନାହିଁ। ଫାକଲ୍ଟିମାନେ ଅକ୍ଲାନ୍ତ ପରିଶ୍ରମ କରି ଅନଲାଇନ ଜରିଆରେ ପାଠପଢା ଜାରି ରଖିଛନ୍ତି। ମଦର୍ସ ପବ୍ଲିକ ସ୍କୁଲର ସେକ୍ରେଟାରୀ ମିସ ପଲି ପଟ୍ଟନାୟକ ସ୍କୁଲ ର ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଓ ଷ୍ଟାଫ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

powered by social2s