ଭୁବନେଶ୍ୱର/ବ୍ରହ୍ମପୁର: ଡେଙ୍ଗୁ ନିରାକରଣ ପାଇଁଁ ଭୁବନେଶ୍ୱର ଓ ବ୍ରହ୍ମପୁର ରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସଚେତନତା ରଥ ଗଡ଼ିବା ସହ ମଶା ଧୂଆଁ ଛାଡ଼ି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ମଶାଙ୍କ ବଂଶ ନଷ୍ଟ କରାଯାଉଛି। ଆଶା, ଅଙ୍ଗନବାଡି ଓ ସ୍ବେଚ୍ଛାସେବୀ ୱାର୍ଡ ଅଫିସର, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଘନ ଘନ ବୈଠକ କରାଯାଉଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିବା ଅନୁଯାୟୀ ହସ୍ପିଟାଲ୍ ରେ ବର୍ତ୍ତମାନ ୬୦ ଜଣ ଡେଙ୍ଗୁ ରୋଗୀ ଅଛନ୍ତି,୧୦୦ ପଯ୍ୟନ୍ତ ରୋଗୀ ରଖିପାରିବୁ। ମାଗଣାରେ ଔଷଧ ଓ blood platelet ଦିଆଯାଉଛି ବୋଲି କହିଛନ୍ତି। ସେପଟେ ବ୍ରହ୍ମପୁର ସହରରେ ଡେଙ୍ଗୁ ନିରାକରଣ ପାଇଁ ନିୟୋଜିତ ହୋଇଛନ୍ତି ମହାନଗର ନିଖମର ୧୨୦ ଟି ସ୍ୱତନ୍ତ୍ର ଟିମ। ଏହି ଟିମ୍ ର ସଦସ୍ୟ ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ବ୍ରହ୍ମପୁର M.K.C.G ଓ City hospital ରେ ଡେଙ୍ଗୁ ଚିକିତ୍ସା ପାଇଁ ଖୋଲିଛି ସ୍ବତନ୍ତ୍ର ୱାର୍ଡ।
ଡେଙ୍ଗୁ ନିରାକରଣ ପାଇଁ ଭୁବନେଶ୍ବର ଓ ବ୍ରହ୍ମପୁର ରେ ସଚେତନତା କାର୍ଯ୍ୟକ୍ରମ ଜୋରଦାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

