ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଶ୍ରାବଣ ମସାରେ ବର୍ଷା ଅଭାବ ଦେଖାଦେଇଛି। ଜୁନ ୧ ରୁ ଅଗଷ୍ଟ ୭ ଭିତରେ ସ୍ୱାଭାବିକ ରୁ ୨୭ ପ୍ରତିଶତ କମ ବର୍ଷା ହୋଇଛି।୨୧ ଟି ଜିଲ୍ଳାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ କମ ବର୍ଷା ରେକଡ଼ କରାଯାଇଛି।ଉତ୍ତର ,ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିବା ଅନୁଯାୟୀ ଜୁନ ୧ ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୪୭୫.୬ ମିମି ବର୍ଷା ରେକଡ଼ ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୬୫୪.୬ ମିମି ଠାରୁ ୨୭ ପ୍ରତିଶତ କମ। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯ ଟି ଜିଲ୍ଳାରେ ସ୍ୱାଭାବିକ ବର୍ଷା ହୋଇଥିବା ସେ କହିଛନ୍ତି।

powered by social2s