ଭୁବନେଶ୍ୱର: କ୍ରାନ୍ତି ଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ, ଓଡ଼ିଶା ପକ୍ଷରୁ ଅଭିଷେକ ମହାନ୍ତି ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ଦିଆଯାଇଛି।
ଭୁବନେଶ୍ୱରର ସାମ୍ବାଦିକ ଅଭିଷେକ ମହାନ୍ତି www.odisharay.com ଇଂରାଜୀ ନିଉଜ଼ ପୋର୍ଟାଲର ମୁଖ୍ୟ ଅଛନ୍ତି।
ଅନ୍ ଲାଇନ୍ ବୈଠକ ମାଧ୍ୟମରେ ସମସ୍ତ ମାନପତ୍ର ଯୋଗ୍ୟ ବିବେଚିତ ସାମ୍ବାଦିକ ମାନଙ୍କୁ ଦିଆ ଯିବାପାଇଁ ନିଶିଗନ୍ଧା ପରିଚାଳନା ସମିତି ତରଫରୁ ନିଷ୍ପତ୍ତି ନିଆଯାଇଥିଲା।
ନିରପେକ୍ଷ ଓ ନିର୍ଭିକ ସାମ୍ବାଦିକତା ଗଣତନ୍ତ୍ରକୁ ମଜଭୁତ କରିଥାଏ l ଏଣୁ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଅଭିହିତ କରାଯାଏ l ଏହି ମର୍ମରେ ଗତ 9.8.2021କ୍ରାନ୍ତି ଦିବସ ପାଳନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକ ମାନଙ୍କୁ ଅlଭାସି ପ୍ରଣାଳୀରେ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଖରସ୍ରୋତା ମହାବିଦ୍ୟାଳୟ, ସିଂହପୁରର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ହରିଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ପ୍ରାକ୍ତନ ଡେପୁଟି କଲକ୍ଟର କୁମରବର ନାୟକ ଯୋଗ ଦେଇ ଅଗଷ୍ଟ କ୍ରାନ୍ତି ଦିବସର ମହନୀୟତା ଉପରେ ଆଲୋକପାତ କରିବାସହ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଇତିହାସର ପୁନଃ ସ୍ମରଣ କରାଇଥିଲେl ସମ୍ମାନିତ ଅତିଥି ଶ୍ରୀ ନାୟକ ନିଜ ଆଚାର, ବ୍ୟବହାର,ସାହିତ୍ୟ ଓ ପରିବେଶରେ କ୍ରାନ୍ତି ଆଣିବା ପାଇଁ ଆହ୍ୱାନ ଦେଇଥିଲେ l ଭାଷା ପ୍ରତିଷ୍ଠାନର ସଭlପତି ଚକ୍ରଧର ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରାଜ୍ୟ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟନାୟକ ସମ୍ବର୍ଦ୍ଧନା ସଭାପରିଚାଳନା କରିଥିଲେ ଓ ପ୍ରତିଷ୍ଠାତା ବଳରାମ ତରlଇ ଆଶୀର୍ଵଚନ ଦେବା ସହ ସମ୍ବର୍ଦ୍ଧିତ ସାମ୍ବାଦିକଙ୍କୁ ଅଭିନନ୍ଦନ କରିଥିଲେ l
ସମ୍ବର୍ଦ୍ଧନା ପର୍ବରେ ଶ୍ରେଷ୍ଠ ଯୁବ ସାମ୍ବାଦିକ ସମ୍ମାନ 22 ଜଣ, ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ 11 ଜଣ, ଶ୍ରେଷ୍ଠ ବରିଷ୍ଠ ସାମ୍ବାଦିକ ସମ୍ମାନ 2ଜଣ,ଯଶସ୍ବୀ ସାମ୍ବାଦିକ ସମ୍ମାନ 3ଜଣ,ଶ୍ରେଷ୍ଠ ବରିଷ୍ଠ ସମ୍ବାଦଦାତା ସମ୍ମାନ 1ଜଣ, ସାମ୍ବାଦିକ ଗୌରବ ସମ୍ମାନ 1ଜଣ, ତଥା ବୈଦେଶିକ ଗଣମlଧ୍ୟମ 6 ଗୋଟିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରିଶେଷରେ ସଂଗଠନ ସମ୍ପାଦିକା ଅନସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ l
କ୍ରାନ୍ତି ଦିବସ ଅବସରରେ ଅଭିଷେକ ମହାନ୍ତିଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

