ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ପ୍ରଥମ ନାଜାଲ ଭ୍ୟାକ୍ସିନ କୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ନାଜାଲ ଭ୍ୟାକ୍ସିନ କୁ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଛି ଅନୁମତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ। ନାଜାଲ ଭ୍ୟାକ୍ସିନ BBV154 ର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ୧୮ ରୁ ୬୦ ବର୍ଷ ବୟସ୍କ ସ୍ୱାସ୍ଥ୍ୟ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରୟୋଗ କରାଯାଇଥିଲା। ଏହାର ଭଲ ଫଳ ମିଳିଛି। ଏହି ଭ୍ୟାକ୍ସିନ ସୁରକ୍ଷିତ ବୋଲି ମନ୍ତ୍ରଣାଳୟ ସୂଚନା ଦିଆଯାଇଛି। ବାୟୋ ଟେକ୍ନୋଲୋଜି ବିଭାଗ ମଧ୍ୟ ଏହି ଭ୍ୟାକ୍ସିନ ପ୍ରସ୍ତୁତିରେ ସହଯୋଗ କରୁଛି।

powered by social2s