ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରିଛି ୭୫ ତମ ସ୍ୱାଧୀନତା ଦିବସ । ଏହି ଦିନ ସମସ୍ତଙ୍କ ପାଇଁ ହର୍ଷ ଓ ଉଲ୍ଲାସର ଦିନ । ଚଳିତ ବର୍ଷ ସ୍ୱାଧୀନତା ଦିବସର ଏକ ବିଶେଷ ମହତ୍ୱ ରହିଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ଠାରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ଦେଶ ମାତୃକା ପାଇଁ ବଳିଦାନ ଦେଇ ସହିଦ ହୋଇଥିବା ସମସ୍ତ ବୀର ଯବାନ ଙ୍କ ସ୍ମୃତିଚାରଣ କରିଥିଲେ । ଶ୍ରୀମତୀ ମିଶ୍ର କହିଥିଲେ ଯେ ସଂଗ୍ରାମୀଙ୍କ ସଂଘର୍ଷ ଫଳରେ ହିଁ ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଛି । ସେମାନେ ସମସ୍ତେ ତ୍ୟାଗ ଓ ବଳିଦାନର ଅନନ୍ୟ ଉଦାହରଣ ସମସ୍ତଙ୍କ ଆଗରେ ରଖିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଓଟିଡିସି ର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
powered by social2s

