ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ତ ନୟାପଲ୍ଲୀ ୱାର୍ଡ଼ ନଂ ୩୯ ନୂଆସାହିର ଶ୍ରୀ ବିନାୟକ ୟୁଥ୍ ଆସୋସିଏସନ ତରଫରୁ ଆସୋସିଏସନ ର ସଭାପତି ତଥା ସ୍ଥାନୀୟ ଯୁବନେତା ଦେଵବ୍ରତ ମହାନ୍ତି ଙ୍କ ନେତୃତ୍ବରେ ୭୫ତମ ସ୍ବାଧୀନତା ଦିବସ ସ୍ଥାନୀୟ ପୋଷ୍ଟ ଅଫିସ ଛକ ଠାରେ ପାଳନ ହୋଇଯାଇଛି।ଏହି ଜାତୀୟ ଉଛବରେ ମୁଖ୍ୟ ଅତିଥି ଭାବେ ଜଟଣୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଏବଂ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଉପ-ସଭାପତି ଅଭିଳାଷ ମାଣିଆ ଯୋଗଦେଇ ଥିଲେ।ଆସୋସିଏସନ ତରଫରୁ ଦିଲ୍ଲିପ ନାୟକ, ଜୀବନ କୁମାର ଦାସ,ବାଦଲ ପରିଡ଼ା,ସିଲୁ ନାୟକ ଉପସ୍ଥିତ ଉଭୟ ଅତିଥୀଗଣଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ସମ୍ବର୍ଦ୍ଧିତ୍ତ କରିଥିଲେ ।ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଜାତୀୟ ପତକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଅତିଥୀଗଣ, ଜନସାଧାରଣ, ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କ ସହ ସାହିର ଛାତ୍ର ଛାତ୍ରୀ ଗଣ ଏକ ସ୍ବରରେ ଜାତୀୟ ସଂଙ୍ଗୀତ ଗାନ କରିଥିଲେ।ଉଭୟ ଅତିଥି ସେମାନଙ୍କ ଅଭିଭାଷଣରେ ସ୍ବାଧୀନତା ଦିବସର ଏହି ପବିତ୍ର ମୁହୂର୍ତ୍ତରେ ସମାଜର ଉନ୍ନତି, ଦଳଗତ ନିର୍ବିଶେଷରେ ମାଟିର ଉନ୍ନତି ସହ ଭାଇଚାରା ବଜାୟ ରଖିବା ପାଇଁ ଆହ୍ବାନ ଦେଇ ମିଷ୍ଟାନ୍ନ ବଣ୍ଟଣ କରିଥିଲେ। ଆସୋସିଏସନର ମନୋଜ ବେହେରା, ବିଶ୍ବଜିତ ସାହୁ,ବିକାଶ ମହାନ୍ତି,ଅନିକେତ ବେହେରା,ମନୋରଞନ ପରିଡ଼ା,ସତ୍ୟବ୍ରତ ପ୍ରଧାନ,ମିଥୁନ ବେହେରା,ମନୋଜ,ସୁରଜ,ଚୁଚୁଙ୍କ ସମେତ ଆସୋସିଏସନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥୀଲେ ଏବଂ ପରିଶେଷରେ ଏକ ତୀରଙ୍ଗା ଜାତ୍ରା ଦ୍ବାରା ନୂଆସାହି ପରିଭ୍ରମଣ କରିଥିଲେ।Attachments area
powered by social2s

