ଚିତ୍ର ଶିଳ୍ପୀ ଶଶଧର ପତି ଙ୍କୁ ସମସାମୟିକ କଳା ଉତ୍କର୍ଷତା ପୁରଷ୍କାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଆଲୁମିନି କଳାକ୍ଷେତ୍ର ବାଲେଶ୍ବର ଦ୍ୱାରା ଏକ ଜାତୀୟ ସ୍ତରରୀୟ  ଭର୍ଚୁଆଲ  ଚିତ୍ରକଳା ପ୍ରଦର୍ଶନୀ ୭୫ ତମ ସ୍ୱାଧୀନତାଦିବସ ଓ (ଆଜାଦି କି ଅମୃତ ମହୋତ୍ସବ ) ଅଗଷ୍ଟ ୧୫ .୮.୨୧ ସୋମବାର ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଶ୍ରୀ ଅମ୍ଳାନ ତ୍ରିପାଠୀ ,(ଆୟକର ବିଭାଗ କମିଶନର, କଲିକତା) ଉଦଘାଟନ  କରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ  ,ସମସ୍ତ ଶିଳ୍ପୀ ଙ୍କୁ  ତାଙ୍କ କଳାତ୍ମକ ଅଭିଭାଷଣ ରେ ପ୍ରେରଣା ଯୋଗାଇଥିଲେ। ଏହି ଭର୍ଚୁଆଲ କଳା ପ୍ରଦର୍ଶନୀ ରେ  ଦେଶର ବିଭିନ୍ନ ପ୍ରାନ୍ତ ରୁ  ଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ ,ସେମାନଙ୍କ ମଧ୍ୟରୁ ଶଶଧର ପତି ତାଙ୍କ ନିଜସ୍ୱ କଳାତ୍ମକ ଶୈଳୀର  "ଅନଟାଇଟେଲ" ଚିତ୍ର ଟି ବିଚାରକ ମଣ୍ଡଳୀ ଦ୍ୱାରା ସ୍ୱୀକୃତି ଲାଭ କରି ପୁରଷ୍କୃତ ହୋଇଅଛି । ବିଚାରକ ରୂପେ ସମ୍ମାନୀୟ  ଜସ୍ବସୀ ଚିତ୍ର ଶିଳ୍ପୀ ଶ୍ରୀ ଅସିତ ପଟନାୟକ ଏବଂ ସଞ୍ଜୟ ସାହାଣୀ ଙ୍କ କଳାତ୍ମକ ଦୃଷ୍ଟି ଭଙ୍ଗୀରେ ଏହି ପ୍ରଦର୍ଶନୀ ରେ ପୁରସ୍କୃତ ଶିଳ୍ପୀ ମାନଙ୍କୁ ଯୋଗ୍ୟବିବେଚିତ  କରାଯାଇଅଛି। ଆଲୁମିନି କଳାକ୍ଷେତ୍ରର ସଭାପତି ଶ୍ରୀ ନିକୁଞ୍ଜ ବିହାରୀ ଦାସ ଏବଂ ସକ୍ରିୟ ସଦସ୍ୟ ମାନଙ୍କ ନିଷ୍ଠାର ସହିତ ଉଦ୍ୟମ ପାଇଁ ଆଜିର ଏହି ପ୍ରଦର୍ଶନୀ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଲୁମିନି କଳାକ୍ଷେତ୍ରର,  ଆଗାମୀ ଦିନରେ ଏହା ଶିଳ୍ପୀ ମାନଙ୍କୁ ଏକ ନୂତନ ମାର୍ଗ ଦର୍ଶାଇବ।

powered by social2s