ଭୁବନେଶ୍ୱରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ତାଲିମକେନ୍ଦ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ହସ୍ତତନ୍ତ, ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ନିପୁଣ କାରୀଗରଙ୍କ ଦ୍ୱାରା ଦୁଇଟି ତାଲିମ କେନ୍ଦ୍ର ଓ ଗୁରୁଶିଷ୍ୟ ପରଂପରା ତାଲିମ କେନ୍ଦ୍ର ଉଦଯାପିତ ହୋଇଯାଇଛି। ମୋଟ ୧୫ ଜଣ ମହିଳା ଶିକ୍ଷାର୍ଥୀଙ୍କୁ ନେଇ ଚାନ୍ଦୁଆ ହସ୍ତଶିଳ୍ପରେ ଜାଗମରାଠାରେ ୬ ମାସିଆ ଏମ.ସି.ଏମ ତାଲିମ କେନ୍ଦ୍ର ଓ ସେହିପରି ସାମନ୍ତରାପୁର ମହାବୀର ନଗରରେ ପଥର ଖୋଦେଇ ହସ୍ତଶିଳ୍ପରେ ଏକ ବର୍ଷିକୀଆ ତାଲିମ କେନ୍ଦ୍ର ଉଦଘାଟିତ ହୋଇଛି। ପୁରୁଣା ଭୁବନେଶ୍ୱରର ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ଜିତେନ୍ଦ୍ର ପରିଡା ପଟଚିତ୍ର ହସ୍ତଶିଳ୍ପ ରେ ୧୫ ଜଣ ମହିଳା କାରୀଗରଙ୍କୁ ଗୁରୁଶିଷ୍ୟ ପରମ୍ପରା ଆଧାରରେ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି।ଏହି ଅବସରରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଧେଶକ ଶ୍ରୀ ସନାତନ ନାୟକ ସମ୍ମାନୀୟ ଅତିଥି ,ସହକାରୀ ହସ୍ତଶିଳ୍ପ ନିର୍ଦ୍ଧେଶକ ଶ୍ରୀ ଶଙ୍କର ପ୍ରସାଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ତାଲିମ କେନ୍ଦ୍ର ର ଶୁଭାରମ୍ଭ କରିଥିଲେ ଏବଂ ସରକାରଙ୍କର ହସ୍ତଶିଳ୍ପ ବିଭାଗ ତରଫରୁ କାରୀଗରମାନଙ୍କ ପାଇଁ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ।ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀମତୀ ବବିତା ମହାନ୍ତି ଓ ବିଜୟଲକ୍ଷ୍ମୀ ପରିଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିଥିଲେ।

powered by social2s