ଗୋ ମାଂସ ଚାଲାଣ କରୁଥିବା ଗାଡ଼ି ଜବତ; ଡ୍ରାଇଭରକୁ ନିସ୍ତୁକ ମାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ବେତଣ୍ଡା ଛକ ନିକଟରେ ଏକ ଗୋ ମାଂସ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଅଟକାଇଲେ ସ୍ଥାନୀୟ ଲୋକେ। ପାଞ୍ଚ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଜବତ ହୋଇଛି। ଗାଡ଼ି ଭଙ୍ଗାରୁଜା କରିବା ସହ ଡ୍ରାଇଭର ଦେବେନ୍ଦ୍ର ନାୟକ ଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି। ଗୋ ମାଂସ ଭୁବନେଶ୍ୱର ନିଆ ଯାଉଥିବା ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ଗାଡ଼ିକୁ ଅଟକାଇଥିଲେ। ପୋଲିସ ପହଁଚି ଘଟଣାସ୍ଥଳରୁ ଡ୍ରାଇଭରକୁ ଉଦ୍ଧାର କରିଥିଲେ।

powered by social2s