କେନ୍ଦ୍ରର ଗାଇଡଲାଇନ୍ ଆସିବା ପରେ ପିଲାଙ୍କୁ ଟିକାକରଣ: ଡିଏମ୍ଇଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଲାମାନଙ୍କ ପାଇଁ ଟିକାକୁ ଅନୁମତି ମିଳିବା ପରେ ଟିକାକରଣ କରାଯିବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ୧୨ ବର୍ଷରୁ ଉଦ୍ଧ୍ୱ ବୟସର ପିଲାମାନଙ୍କୁ ଟିକା ଦେବାପାଇଁ କେନ୍ଦ୍ରର ଗାଇଡଲାଇନ୍ ଆସିବା ପରେ ବ୍ୟବସ୍ଥା କରାଯିବ। ରାଜ୍ୟରେ ଏବେ ସଂକ୍ରମିତଙ୍କ ମଧ୍ୟରେ ୧୨% ଶିଶୁ ରହୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ଲୋକେ କୋଭିଡ଼ ନିୟମ ମାନୁ ନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି। ହାଟ ବଜାରରେ ଲୋକେ ଗହଳି କରି ସଂକ୍ରମିତ ହେଉଛନ୍ତି। ଇଜ୍ରାଇଲ୍ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦିଆଯାଉଛି। ଏହି ଡୋଜ ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୌଣସି ଗାଇଡଲାଇନ୍ ଆସିନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଆସିବା ପରେ ଏହି ବୁଷ୍ଟର ଡୋଜ ଦିଆଯିବ ବୋଲି ମହାନ୍ତି ସୂଚନା ଦେଇଛନ୍ତି।

powered by social2s