ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜେଇଏମ୍ ବିଦ୍ୟାଳୟ-୨ରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ବିଦ୍ୟାଳୟ ର ୨୦୧୯-୨୦ ବ୍ୟାଚର ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଟପ୍ପର ଆଦିତ୍ୟ ରଞ୍ଜନ ଦାସ ଓ ଚଞ୍ଚଲ ଓଝା ଏବଂ ଦଶମ ଶ୍ରେଣୀର ସ୍ୱଗତିକା ରାଉତ ଙ୍କୁ ସମ୍ମାନିତ କରାଯାଇଛି।
ସେହିଭଳି ୨୦୨୦-୨୧ ବ୍ୟାଚ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଟପ୍ପର ତନ୍ମୟ କୁମାର ଆଚାର୍ଯ୍ୟ ଓ ସୁମନ ଏସ୍ ଦିକ୍ଷିତ୍ ଏବଂ ଦଶମ ଶ୍ରେଣୀର ଟପ୍ପର ଦୀକ୍ସା ଦେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିଭଳି ଆକାକ୍ଷା ସାମଲଙ୍କୁ ଶିଶୁ ବୈଜ୍ଞାନିକ ଇନୋଭେସନ୍ ଆୱାର୍ଡ ରେ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ତପନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମିଶ୍ର, ପ୍ରଧାନ ଶିକ୍ଷକ କ୍ଷଣିକା ଦାସ, ମ୍ୟାନେଜର ପ୍ରତାପ ଜେନା, ସର୍ବେଶ୍ୱର ସାମଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
powered by social2s

