ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓଡ଼ିଶାରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ହକି କୋଚ କାଳୁ ଚୌଧୁରୀ ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କୁ ପୁରସ୍କାର ଅର୍ଥରାଶି ବାବଦକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ସହ ୧ ଲକ୍ଷ ଟଙ୍କା ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଶିବ ପ୍ରସାଦ ଦାସଙ୍କୁ ଶ୍ରେଷ୍ଠ କୋଚ ଭାବେ ବିବେଚନା କରାଯାଇଛି। ତାଙ୍କୁ ମଧ୍ୟ ପୁରସ୍କାର ଅର୍ଥ ରାଶି ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଏଏସ୍ଆଇ ତ୍ରୈଲୋକ୍ୟନାଥ ପଡିତାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯିବା ସହ ୧ ଲକ୍ଷ ଟଙ୍କା ପୁରସ୍କାର ଅର୍ଥ ରାଶି ଦିଆଯାଇଛି। ଏହା ସହ ତାଙ୍କୁ ରୈପ୍ୟ ପଦକ ମଧ୍ୟ ପ୍ରଦାନ କରାଯାଇଛି। ସମସ୍ତ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

powered by social2s