କଟକ ରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆଗକୁ ଗଣେଶ ପୂଜା ଆସୁଥିବାରୁ କଟକ ମୁନିସିପାଲ କର୍ପୋରେସନ (ସିଏମସି)ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍ ଅନୁସାରେ, ମଣ୍ଡପ ଗୁଡ଼ିକରେ ପୂଜା ପାଇଁ ପୁଲିସ ଠାରୁ ଅନୁମତି ନେବାକୁ ହେବ। ସର୍ବସାଧାରଣଙ୍କ ପାଇଁ ଦର୍ଶନ ମନା କରାଯାଇଛି। ମଣ୍ଡପ ରେ ୭ ଜଣଙ୍କ ଠାରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ। ସେହିଭଳି ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସିମୀତ ରହିବ ବୋଲି ଗାଇଡଲାଇନ୍ ରେ ଦର୍ଶାଯାଇଛି। ଏହାସହ ଶିକ୍ଷାନୁଷ୍ଠାନ ଗୁଡିକରେ ଗଣେଶ ପୂଜା ମାତ୍ର ୨୦ ଜଣଙ୍କ ମଧ୍ୟରେ ସିମୀତ ରଖିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି।

powered by social2s