ଓଡ଼ିଶାରେ ହଟିଲା ସପ୍ତାହାନ୍ତ ସଟଡାଉନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଆସିଛି ସେପ୍ଟେମ୍ବର ମାସର ଗାଇଡଲାଇନ୍। ଏଥିରେ ରାଜ୍ୟ ବ୍ୟାପି ସପ୍ତାହନ୍ତ ସଟଡାଉନ୍ ଉଠିଛି। ଏନେଇ ପ୍ରେସମିଟରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିରେ ସେପ୍ଟେମ୍ବର ମାସ ପାଇଁ କୋଭିଡ଼ ଗାଇଡଲାଇନ୍ କୁ କୋହଳ କରିଛନ୍ତି ରାଜ୍ୟ ସରକାର। ସେ କହିଛନ୍ତି ଯେ, କଟକ, ଭୁବନେଶ୍ୱର ଓ ପୁରୀ ରୁ ସପ୍ତାହନ୍ତ ସଟଡାଉନ୍ ଉଠିଛି। ତେବେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତି ୧୦ ରୁ ସକାଳ ୫ ଟା ଯାଏ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ରେ କଟକଣା କୁ କୋହଳ କରାଯାଇଛି। ଏହି ସବୁ କାର୍ଯ୍ୟକ୍ରମ ରେ ସର୍ବୋଚ୍ଚ ୨୫୦ ଜଣ ଲୋକ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିଛି। ତେବେ ଏଥିରେ କେବଳ ୫୦ ଜଣ ସାମିଲ ହୋଇପାରିବେ। କିନ୍ତୁ ଏହା ପୂର୍ବରୁ ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ଆଣିବାକୁ ପଡ଼ିବ। ସେହିଭଳି ସୂଚନା କେନ୍ଦ୍ର, ପାଠାଗାର ଓ ଲାଇବ୍ରେରୀ ଖୋଲା ରହିବ। ସିନେମା ହଲରେ ଯେମିତି ସିଟ ଥିବ ସେତିକି ଲୋକେ ଯାଇପାରିବେ। ତେବେ ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ମିଳିନାହିଁ। ପ୍ରଦର୍ଶନୀ, ବାଣିଜ୍ୟମେଳା ଓ ମହୋତ୍ସବକୁ ବାରଣ କରାଯାଇଛି। ପ୍ରେକ୍ଷାଳୟ ଓ ଅଡିଟୋରିୟମରେ କୋଭିଡ଼ ଗାଇଡଲାଇନ୍ ମାନି ମିଟିଂ ହୋଇପାରିବ। ସଂକ୍ରମଣ ସ୍ଥିତିକୁ ଦେଖି ଜିଲ୍ଲାପାଳ, କମିଶନର ଓ ପୁଲିସ କମିଶନର କଟକଣା ଲାଗୁ କରିପାରିବେ। ଏହି ନୂଆ ଗାଇଡଲାଇନ୍ ଅକ୍ଟୋବର ୧ ଯାଏ ବଳବତ୍ତର ରହିବ ବୋଲି ସେ କହିଛନ୍ତି।

powered by social2s