ଶହୀଦନଗର ରେଶୀଡେନସିଆଲ ୱେଲଫେଆର ଫୋରମର ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଶହୀଦ ସ୍ପୋର୍ଟଈଂ ପଡ଼ିଆ ଶହୀଦନଗର ଠାରେ ଶ୍ରୀଯୁକ୍ତ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶହୀଦନଗର ରେଶୀଡେନସିଆଲ ୱେଲଫେଆର ଫୋରମର ବୈଠକ

ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

 

ପ୍ରଥମେ ଶହିଦନଗରର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାରର ପଦକ୍ଷେପ ବିଗତ ଦିନରେ ପ୍ରମୁଖ ଅନୁଷ୍ଠାନ ଗୁଡ଼ିକ ନେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦିଆ ଯାଇଥିଲା। ଏହି ସଭାରେ ଶହୀଦନଗର ବାସିନ୍ଦା ମାନଙ୍କ ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରାଯାଇ, ବିହିତ ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଡେଙ୍ଗୁ ରୋଗ ଅଧିକାଂଶ ବାସିନ୍ଦା ମାନଙ୍କୁ ହେଉଥିବାରୁ ବିଗତ ଦିନରେ ଡେଙ୍ଗୁ ରୋଗ ରୋକିବା ନିମନ୍ତେ ଯେଉଁ ପଦକ୍ଷେପ ନିଆଯାଉଥିଲା, କିମ୍ବା କିଛି ନୂଆ ପଦ୍ଧତି ଦ୍ଵାରା ଏହା ରୋକିବାକୁ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରାଯିବାକୁ ସ୍ଥିର କରାଗଲା। 

 

ବିଗତ ଦିନର କରୋନା ମହାମାରୀ ସମୟରେ ଅସୁବିଧାକୁ ମନେ ପକାଇ "ମିଶନ ଅମ୍ଳଜାନ" ନାମକ ଏକ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର କରାଗଲା। ଶହୀଦନଗରର ପ୍ରତ୍ୟେକ ବାସିନ୍ଦା ମାନେ ସେମାନଙ୍କ ଘର ପାଖରେ ଅତି କମରେ ଗୋଟିଏ ଗଛ ଲଗାଇ, ତାକୁ ବଞ୍ଚାଇବା ନିମନ୍ତେ ଚେଷ୍ଟା କରିବେ।

 

ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରତି ବର୍ଷ ସମୀକ୍ଷା କରାଯାଇ, ବାସିନ୍ଦା ମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା।

 

ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଖେଳ ପଡ଼ିଆ କଡ଼ରେ ଗଛ ଲଗାଇ ଆରମ୍ଭ କରିଥିଲେ। ଶହୀଦନଗର ଜୋନାଲ ହସ୍ପିଟାଲର ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରାଯାଇ ଠିକ ଭାବେ ପରିଚାଳନା ହେବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରଶାସନକୁ ଚିଠି ଲେଖି ଜଣାଇବାକୁ ପ୍ରସ୍ତାବ ଗ୍ରହଣ କରାଗଲା। ପରବର୍ତୀ ସମୟରେ ଶହିଦନଗର କୁ ସଫା ଓ ସୁନ୍ଦର ରଖିବା ଓ ସ୍ୱରେଜ ବ୍ୟବସ୍ଥା ସୁଧାରିବା ନିମନ୍ତେ ଚେଷ୍ଟା କରାଯିବାକୁ ନିଷ୍ପତି ନିଆଯାଇଥିଲା। ପାଣି ଓ ଇଲେକ୍ଟ୍ରିକାଲ ରସିଦରେ ବାସିନ୍ଦା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଥିଲା। ଏହି ବିଷୟରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଶହ ଆଲୋଚନା କରାଯିବାକୁ ସ୍ଥିର ହେଲା, ସମ୍ପାଦକ ଶହିଦନଗର ରେ ଥିବା ସମସ୍ତ ଅନୁଷ୍ଠାନ ଓ ବାସିନ୍ଦା ମାନଙ୍କ ର ସହଯୋଗ ରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ କରାଯିବା ନିମନ୍ତେ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ। 

 

ଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା,ଆଜିର କାର୍ଯ୍ୟକ୍ରମ ରେ ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀନିବାସ ପଟ୍ଟନାୟକ, ଶ୍ରୀମତି ସ୍ମିତା ବର୍ମା, କୋଷାଧ୍ୟକ୍ଷ ନିକୁଞ୍ଜ କୁମାର ମହାନ୍ତି, ମିଡ଼ିଆ ପ୍ରଭାରି ପଙ୍କଜ ପଟନାୟକ,ଉମାନାଥ ମିଶ୍ର, ପ୍ରଣବ କୁମାର ପରିଜା, ପ୍ରମୋଦିନି ପଣ୍ଡା, ଶାଶ୍ଵତୀ ମିଶ୍ର, ଶ୍ରୀନିବାସ ରାଓ, ବିଦ୍ୟାନ୍ତ ଶେଖର ସିଂ, ସୁରଞ୍ଜନବର୍ମା, ପ୍ରମୋଦ କୁମାର ପୃଷ୍ଟି, ଲଲିତ ମୋହନ ପଣ୍ଡା, ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। 

 

powered by social2s