ଭୁବନେଶ୍ୱର: ୨୦୨୨-୨୩ ରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡିକାଲ କଲେଜ ବୋଲି ଆଜି ଗୃହରେ ବିବୃତି ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ କହିବା ଅନୁଯାୟୀ, ଆସନ୍ତା ବର୍ଷରୁ ଆଡ଼ମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ୧୦୦ MBBS ସିଟ, ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି ଚାଲିଛି ଓ ୨୭୧ ଷ୍ଟାଫ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTPC ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ମେଡିକାଲ କଲେଜ ହେବ। ସେପ୍ଟେମ୍ବର ୨୬ ସୁଦ୍ଧା ମେଡିକାଲ ସିଟ ପାଇଁ ଆବେଦନ କରାଯିବ। ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର ମାଗଣାରେ ୨୦୦ ଏକର ଜମି ଦେବେ କହିଥିଲେ, ମାତ୍ର ଏଯାଏଁ ଏମ୍ସ ପ୍ରତିଷ୍ଠା ନେଇ ସ୍ପସ୍ତୋକ୍ତି ମିଳିନି।
powered by social2s

