ପୁରୀ: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଆସିଲା ନୂଆ SOP। ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟା ଯାଏ ମିଳିବ ଦର୍ଶନ ଅନୁମତି। ଏଣିକି ସୋମବାରରୁ ଶନିବାର ଯାଏଁ ଜଗା ଦର୍ଶନ କରିପାରିବେ ଭକ୍ତ। ଶନିବାର ଖୋଲା ରହିବ ଶ୍ରୀମନ୍ଦିର, ରବିବାର ବିଶୋଧନ ପାଇଁ ବନ୍ଦ ହେବ। ରାଜ୍ୟର ସେପ୍ଟେମ୍ବର କୋଭିଡ ଗାଇଡ଼ଲାଇନ ଆଧାରରେ ନିଷ୍ପତ୍ତି। ଭକ୍ତଙ୍କ RT-PCR ନେଗେଟିଭ ରିପୋର୍ଟ ପୂର୍ବଭଳି ବାଧ୍ୟତାମୂଳକ। ୨ଡୋଜ ଟୀକାକରଣର ପ୍ରମାଣପତ୍ର ନିୟମ ବି ବଳବତ୍ତର।
powered by social2s

